ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି ସୂଚନା ଦେଇଛି। ସେ ଆସନ୍ତା ମାସରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କୁ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ କୋଚ ଭୂମିକାରେ ଦେଖିବାକୁ ମିଳିବ। ସେ ଅଷ୍ଟ୍ରେଲିଆ ପାଇଁ ୧୨ ବର୍ଷ ଖେଳିଥିଲେ।
ଦୁନିଆର ଦ୍ରୁତତମ ବୋଲରଙ୍କ ମଧ୍ୟରେ ଟେଟ୍ ଅନ୍ୟତମ। ସେ ଇଂଲଣ୍ଡ ବିପକ୍ଷରେ ଦିନିକିଆରେ ୧୬୧.୧ କିଲୋମିଟର ବେଗରେ ଦ୍ୱିତୀୟ ଦ୍ରୁତତମ ବଲ୍ ଫିଙ୍ଗିଥିଲେ। ଦ୍ରୁତତମ ବୋଲର ତାଲିକାରେ ପାକିସ୍ତାନର ଶୋଏବ ଅଖତର ପ୍ରଥମ ସ୍ଥାନରେ ଅଛନ୍ତି। ୨୦୦୩ ବିଶ୍ୱକପରେ ୧୬୧.୩ କିଲୋମିଟର ବେଗରେ ବୋଲିଂ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଟେଟ୍ ୨୧ଟି ଟି-୨୦ ଖେଳିଥିଲା । ଏହି ଫର୍ମାଟରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ରହିଛି । ସେ ଗୋଟିଏ ଟି -୨୦ ରେ ସର୍ବାଧିକ ମେଡେନ୍ ଓଭର ବୋଲିଂ କରିଥିବା ବୋଲର ଅଟନ୍ତି। ସେ ୨୦୧୦ ରେ ବାଂଲାଦେଶ ବିପକ୍ଷରେ ଟି -୨୦ରେ ୪ଟି ଓଭର ମଧ୍ୟରୁ ୨ ଓଭର ମେଡେନ୍ ପକାଇଥିଲେ।