ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ ସେ ଭାରତୀୟ ସିନେମା ଗୀତରେ ପିଲାମାନଙ୍କ ସହ ନାଚୁଥିବା ଦେଖାଯାଇଥାଏ। ହେଲେ ଏବେ ସିନେମାରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେଲୁଗୁ ଫିଲ୍ମ ‘ରବିନହୁଡ୍’ରେ ସେ ନଜର ଆସିବେ।
କହିବାକୁ ଗଲେ କ୍ରିକେଟ ବ୍ୟତିତ ଓ୍ବାର୍ନରଙ୍କୁ ଅଭିନୟ ପସନ୍ଦ। ଭାରତରେ ଏବେ ତାଙ୍କର ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି। ଅଭିନେତା ନୀତିନ ଏବଂ ଶ୍ରୀଲିଲାଙ୍କ ଫିଲ୍ମ ‘ରବିନହୁଡ୍’ ମାର୍ଚ୍ଚ ୨୮ରେ ସିନେମାଘରକୁ ଆସିବ। ଏଥିରେ ସେ କାମିଓ କରିଛନ୍ତି।
ଚରିତ୍ର ସ୍ବଳ୍ପ ଅବଧୀର ହୋଇଥିଲେ ହେଁ ତାଙ୍କୁ ମୋଟା ଅଙ୍କର ପାଉଣା ମିଳିଛି। ଓଟିଟି ପ୍ଲେର ଏକ ରିପୋର୍ଟ ମୁତାବକ ତାଙ୍କୁ ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଦିଆଯାଇଛି।
ତେବେ ଆଇପିଏଲ୍ ୨୦୨୫ରେ ଓ୍ବାର୍ନରଙ୍କୁ କୌଣସି ଟିମ୍ କିଣିନାହିଁ। ହେଲେ ଟି୨୦ ଇତିହାସର ସବୁଠାରୁ ଚର୍ଚ୍ଚିତ ଖେଳାଳି ହେଉଛନ୍ତି ସେ। ଏହି ସିଜନରେ ତାଙ୍କୁ କ୍ରେତା ମିଳି ନ ଥିଲେ ହେଁ ଫିଲ୍ମରେ ଅଭିନୟ କରି ସେ କୋଟି କୋଟି ଟଙ୍କା କମାଇଛନ୍ତି।