
ଢାକା,୨୦ା୩:: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କୁ ସନ୍ଦେହଜନକ ବୋଲିଂ ଆକ୍ସନରୁ ମୁକ୍ତ କରାଯାଇଛି। ସେ ଏବେ ଅନ୍ତର୍ଜାତୀୟ ଦିନିକିଆ ଓ ବିଶ୍ୱର ବିଭିନ୍ନ ଲିଗରେ ବାମହାତୀ ସ୍ପିନ ବୋଲିଂ କରିପାରିବେ। ଉଭୟ ଟେଷ୍ଟ ଓ ଟି୨୦ ଫର୍ମାଟରୁ ଅବସର ନେଇସାରିଥିବା ସାକିବ ପ୍ରକାଶ କରିଛନ୍ତି ଯେ, ବୋଲିଂ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ସତ। ମୁଁ ଏବେ ବୋଲିଂ କରିପାରିବି। ତେବେ କେଉଁଠାରେ ସେ ତୃତୀୟ ଆସେସମେଣ୍ଟ ପରୀକ୍ଷା କରାଇଥିଲେ, ତାହା ପ୍ରକାଶ କରି ନାହାନ୍ତି। ଏହି ଭେଟେରାନ ଅଲରାଉଣ୍ଡର ଅନ୍ତିମ ଥର ୨୦୨୪ ଅକ୍ଟୋବରରେ କାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିଥିଲେ, ଯାହାକି ତାଙ୍କ କ୍ୟାରିୟରର ଅନ୍ତିମ ଟେଷ୍ଟ ମ୍ୟାଚ ଥିଲା। କିନ୍ତୁ ଗତ ବର୍ଷ ଡିସେମ୍ବରରେ ସରେ ପାଇଁ ଏକ ଇଂଲିଶ କାଉଣ୍ଟି ମ୍ୟାଚ ଖେଳିଲା ବେଳେ ସାକିବଙ୍କୁ ବୋଲିଂରୁ ସସ୍ପେଣ୍ଡ କରାଯାଇଥିଲା।