Categories: ଜାତୀୟ

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୯।୧୦: ଆଗକୁ ବିହାର ନିର୍ବାଚନ। ଏହାପୂର୍ବରୁ ଆରଜେଡି ପାଇଁ ଏକ ଖୁସି ଖବର ଆସିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥବବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରି କ୍ରେସ୍‌ରେ ଜାମିନ ମିଳିଛି। ଏବେ କିନ୍ତୁ ଲାଲୁ ଜେଲ୍‌ରୁ ମୁକୁଳିବେ ନାହିଁ। କାରଣ ଦୁମକୋ ଟ୍ରେଜେରି ମାମଲାରେ ଶୁଣାଣି ହେବା ଏବେ ବାକି ଅଛି। ଏହାପୂର୍ବରୁ ଚାରା ଘୋଟାଲାର ୩ଟି ମାମଲାରେ ଲାଲୁଙ୍କ ଜାମିନ୍‌ ମିଳିସାରିଛି।

Share