Categories: ଜାତୀୟ

୨୦ ବର୍ଷ ପରେ ଧରାପଡ଼ିଲେ ବିଧାୟକ

ମୋତିହାରୀ,୨୦ା୮: ବିହାରର ପୂର୍ବତନ ବିଧାୟକ ରଞ୍ଜନ ତିଓ୍ବାରୀ ନେପାଳ ସୀମାନ୍ତ ରାକ୍ସାଉଲରୁ ଗିରଫ ହୋଇଛନ୍ତି। ପୋଲିସ ଉପରକୁ ଗୁଳିମାଡ଼ କରିବା ଅଭିଯୋଗରେ ୟୁପି ପୋଲିସ ତାଙ୍କୁ ଖୋଜୁଥିଲା। କିନ୍ତୁ ଦୀର୍ଘ ୨୦ ବର୍ଷ ଧରି ରଞ୍ଜନ ଲୁଚି ରହିଥିବାବେଳେ ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିଲା। ରଞ୍ଜନଙ୍କୁ ଧରିବା ପାଇଁ ପୋଲିସ ୨୫ ହଜାରର ପୁରସ୍କାର ରାଶି ଘୋଷଣା କରିଥିଲା। ବିହାର ଗୋବିନ୍ଦଗଞ୍ଜ ବିଧାନସଭା ଆସନରୁ ରଞ୍ଜନ ବିଧାୟକ ଥିଲେ। ୧୯୯୮ରେ ସେ ୟୁପିର ଗୋରଖପୁର ପୋଲିସ ଉପରକୁ ଗୁଳି ଚଳାଇଥିଲେ।

Share