ଗଞ୍ଜାମର ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ

ପୋଲସରା,୧୧।୧୦: ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ହୋଇଛି। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ ହାମରେଜ ସହ ବିଭିନ୍ନ ଜାଗାରେ ରକ୍ତ ଜମାଟ ବାନ୍ଧିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଦୀପକ ପ୍ରଧାନ । ଏହାସହ ମଧୁମେହ ରୋଗରେ ବି ସେ ପୀଡ଼ିତ ରହିଥିଲା । ଅଧିକ ବୟସ ଯୋଗୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା ।

ସେଥିପାଇଁ ଗତ ମାସ ୩ ତାରିଖରୁ ତାଙ୍କର ହସ୍ପିଟାଲରେ ସତନ୍ତ୍ର ଚିକିତ୍ସା ଚାଲିଥିଲା । ମୃତ୍ୟୁ ପରେ ଆଜି ସକାଳେ ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ କୋଦଳା ଓ ତାପରେ ପୋଲସରା ନିଆଯିବ । ସେଠାରୁ ନିଜ ଜନ୍ମମାଟିକୁ ତାଙ୍କୁ ନିଆଯିବ ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନ କହିଛନ୍ତି ।

Share