କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳରେ ବିଧିବଦ୍ଧ ଭାବେ ସାମିଲ କରିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଲୋକ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।
ଦୀର୍ଘ ଦିନ ଧରି ଭାଜପା ସହ ଜଡିତ ଥିବା ଜୟ ନାରାୟଣ ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିଲେ।

Share