ଦାରିଙ୍ଗବାଡି, ୨୬।୩ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ର ବାସିନ୍ଦା ଜଣେ ମହିଳା ଚାଷୀ ଆଜି ମକା ଓ ଟମାଟୋ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ସେ ହେଲେ ବିଳାସିନୀ ନାୟକ। ବିଳାସିନି ୨୦୦୭ ରୁ୨୦୧୨ ସମିତିସଭ୍ୟା ଭାବେ ରହିଥିବାବେଳେ ସେ ବ୍ଲକ ଉପାଧ୍ୟକ୍ଷା ସେହି ସମୟରେ ରହିଥିଲେ। ସେହିପରି ଦ୍ୱିତୀୟଥର ପୁଣି ୨୦୧୨ ରୁ୨୦୧୭ ପର୍ଯ୍ୟନ୍ତ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ଅଞ୍ଚଳରେ ନିଶାନିବାରଣ ପାଇଁ ଅନେକ ଆନ୍ଦୋଳନ କରିଥିବାବେଳେ ସେ ପ୍ରଦେଶ କଂଗ୍ରେସର ରାଜ୍ୟ ସମ୍ପାଦିକା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ସେ ଥରେ କନ୍ଧମାଳ ଏମପି ପଦବୀ ପାଇଁ ମଧ୍ୟ ନିର୍ବାଚନ ଲଢେଇ ହାରିଯାଇଥିଲେ। ସେ ଏବେ ଅଞ୍ଚଳରେ ବିଭିନ୍ନ ସମୟରେ ସମାଜସେବା କରିବା ସହ ଚଳିତଥର ୨ ଏକର ଜମିରେ ମକା ଓ ଟମାଟୋ ଚାଷ କରି ଭଲ ରୋଜଗାର କରିବା ପରେ ସେ ଏହି ଚାଷକୁ ଆହୁରି ବୃଦ୍ଧି କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି। ଏଥିରେ ତାଙ୍କ ସ୍ବାମୀ ଜ୍ୟୋତି ନାୟକ ସହଯୋଗ କରୁଥିବା ସେ କହିଛନ୍ତି।