ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କୁ ଧକ୍କା ଦେଇ ବୋଲେରୋ ଫେରାର

ପାଟଣା,୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ନିଜ ଗ୍ରାମ ମଲହାରପଦାରୁ ସାହାରପଡା ଯାଉଥିବା ବେଳେ ଜାମୁଦା-ବିଲା ରାସ୍ତାର ଲୁଙ୍ଗା ଛକଠାରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ବୋଲେରୋ ଫେରାର ଥିବା ଜଣାପଡ଼ିଛି।