Categories: ଖେଳ

ମ୍ୟାଚ ଫିକ୍ସିଂ: ୬ ବର୍ଷ ବାସନ୍ଦ ହେଲେ ଏହି ଖେଳାଳି

ଲଣ୍ଡନ,୬ା୭: ବୋସନିଆ-ହର୍ଜଗୋଭିନାର ଜଣେ ପୂର୍ବତନ ଟେନିସ ଖେଳାଳିଙ୍କୁ ୬ ବର୍ଷ ବାସନ୍ଦ କରାଯାଇଛି। ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ସ୍ବୀକାର କରିବା ପରେ ତାଙ୍କୁ ଏହି ଦଣ୍ଡ ବିଧାନ କରାଯାଇଥିବା ଖେଳର ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ଟେନିସ ଖେଳାଳିଙ୍କ ନାମ ୩୩ ବର୍ଷୀୟା ଜସ୍ମିନା ଟିନ୍‌ଜିକ୍‌। ୨୦୧୩ରେ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୨୩୬ତମ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ। ୨୦୧୭ରୁ ୨୦୧୮ରେ ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଇଣ୍ଟରନ୍ୟାଶନାଲ ଟେନିସ ଇଣ୍ଟିଗ୍ରିଟି ୟୁନିଟ୍‌ (ଆଇଟିଆଇଏ) କହିଛି।

ମ୍ୟାଚ ଫଳାଫଳକୁ ପ୍ରଭାବିତ କରିବା, ବେଟିଂ କାର୍ଯ୍ୟରେ ସହାୟତା କରିବା, ଅର୍ଥ ପ୍ରଲୋଭନରେ ମ୍ୟାଚରେ ଭଲ ନ ଖେଳିବା ଏବଂ ତାଙ୍କୁ ଦୁର୍ନୀତି କାର୍ଯ୍ୟକଳାପରେ ଲିପ୍ତ ପାଇଁ ପ୍ରଭାବିତ କରାଯାଇଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ ନ କରାଇବା ଅଭିଯୋଗ ହୋଇଛି।

ମ୍ୟାଚ ଫିକ୍ସିଂ ତଦନ୍ତ ଆରମ୍ଭ ପରଠାରୁ ଟିନ୍‌ଜିକ୍‌ ପୂର୍ବରୁ ନିଜ ଦେଶର ଟେନିସ ଆସୋସିଏଶନ ଦ୍ୱାରା ସାଢେ ଚାରି ବର୍ଷ ବାସନ୍ଦ ହୋଇ ସାରିଛନ୍ତି।

Share