Categories: ଖେଳ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ,୩।୧୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନୱାଜ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି। ସରଫରାଜ ଦାବି କରିଛନ୍ତି ଯେ ଇମ୍ରାନ କୋକେନ (ଡ୍ରଗ୍ସ) ଖାଉଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଇମ୍ରାନ ତାଙ୍କ ଦାବିକୁ ମିଥ୍ୟା ବୋଲି କୁହନ୍ତି ତେବେ ସେ ତାଙ୍କୁ କୋର୍ଟକୁ ନେଇପାରିବେ। ସରଫରାଜଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୯୭୯ଏବଂ ୮୦ ଦଶକରେ ପାକିସ୍ତାନୀ ଦଳର ଷ୍ଟାର ଦ୍ରୁତ ବୋଲର ଥିବା ସରଫରାଜ ଇମ୍ରାନ ଖାନଙ୍କ ସହ ଖେଳୁଥିଲେ। ସରଫରାଜ ଏହି ଭିଡିଓରେ ୧୯୮୭ରେ ଖେଲାଯାଇଥିବା ଏକ ମ୍ୟାଚ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ମ୍ୟାଚ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ସରଫରାଜଙ୍କ ଅନୁଯାୟୀ ଏହି ମ୍ୟାଚରେ ଇମ୍ରାନଙ୍କ ପ୍ରଦର୍ଶନ ଭଲ ନ ଥିଲା। ଇମ୍ରାନ ଇସଲାମାବାଦରେ ଥିବା ତାଙ୍କ ଘରକୁ ଆସିଥିଲେ ଏବଂ ଖାଇବା ସମୟରେ ଡ୍ରଗ୍ସ ନେଇଥିଲେ। ଇମ୍ରାନ ଖାନ ୧୦-୨୦ ଟଙ୍କିଆ ନୋଟରେ ସେତେବେଳେ ସେ ତାଙ୍କ ସହ ଥିଲେ ବୋଲି ସରଫରାଜ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ପାକିସ୍ତାନ କ୍ରିକେଟରମାନେ ଡ୍ରଗ୍ସ ନେଇଥିବା ଅଭିଯୋଗ ହୋଇଛି। ସରଫରାଜ ପାକିସ୍ତାନ ପାଇଁ ୫୫ଟି ଟେଷ୍ଟ ଏବଂ ୪୫ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି।

Share