ଏବେ ଦୁନିଆ ଦେଖିବ ବୋରିସ ଜନସନଙ୍କ ନୂଆ ଅବତାର

ଲଣ୍ଡନ,୨୮।୧୦: ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବର୍ତ୍ତମାନ ଟେଲିଭିଜନରେ ଉପସ୍ଥାପିକ ତଥା ଖବରଦାତା ଭୂମିକାରେ ନଜର ଆସିବେ। ସେ ପୂର୍ବରୁ ଡେଲି ମେଲ ଖବରକାଗଜରେ ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଛନ୍ତି। ବୋରିସ ଜନସନ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ, ସେ ଟେଲିଭିଜନ ଷ୍ଟେଶନ ଜିବି ନ୍ୟୁଜରେ ଯୋଗଦେବେ।

ଜିବି ନ୍ୟୁଜ ଅନୁଯାୟୀ, ଜନସନ ୨୦୨୪ ଆରମ୍ଭରୁ ଉପସ୍ଥାପିକ, କାର୍ଯ୍ୟକ୍ରମ ନିର୍ମାତା ଏବଂ ସମୀକ୍ଷକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିବେ ଏବଂ ବ୍ରିଟେନ ଏବଂ ଆମେରିକାରେ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରଷିଆ, ଚାଇନା, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରସଙ୍ଗ ଉପରେ ନୂଆ ଟିଭି ଚ୍ୟାନେଲରେ ମୋର ମତ ପ୍ରକାଶ କରିବାକୁ ଯାଉଛନ୍ତି ବୋଲି ବୋରିସ ଜନସନ ଏକ୍ସରେ କହିଛନ୍ତି।

 

Share