ନାବାଳିକା ବଳାତ୍କାର ମାମଲାରେ ଫସିଲେ ପୂର୍ବତନ କ୍ରିକେଟର, ବଢ଼ିଲା ରିମାଣ୍ଡ ଅବଧି

କାଠମାଣ୍ଡୁ,୧୩ା୧୦: ନାବାଳିକା ବଳାତ୍କାର ମାମଲାରେ ନେପାଳ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଫସିଛନ୍ତି।

ସନ୍ଦୀପଙ୍କ ପୋଲିସ ହେପାଜତକୁ ଆହୁରି ବୃଦ୍ଧି କରାଯାଇଛି। ତାଙ୍କ ଓକିଲ କହିଛନ୍ତି, ତାଙ୍କ ରିମାଣ୍ଡକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ନାବାଳିକାଙ୍କୁ ବଳାତ୍କାର ଘଟଣାରେ ସନ୍ଦୀପ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅକ୍ଟୋବର ୬ରେ ଗିରଫ ହୋଇଥିଲେ। ଗିରଫ ପରେ ପୋଲିସ ତାଙ୍କୁ ସୋମବାର କୋର୍ଟରେ ହାଜର କରିଥିଲା। କାଠମାଣ୍ଡୁର ଜିଲା କୋର୍ଟ ପରେ ସନ୍ଦୀପଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏବେ ତାଙ୍କର ରିମାଣ୍ଡରେ ଆଉ ୫ ଦିନ ବୃଦ୍ଧି କରାଯାଇଛି।

ସନ୍ଦୀପ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଯେତେବେଳେ ସନ୍ଦୀପ କେନିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। କେନିଆ ଗସ୍ତର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଥିବା ଜଣାଯାଇଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସନ୍ଦୀପ ତାଙ୍କୁ ଅଗଷ୍ଟ ୨୧ରେ ଏକ ହୋଟେଲରେ ବଳାତ୍କାର କରିଥିଲେ।

ନେପାଳ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଚାନେ ଜଣେ ଲେଗ୍‌ ସ୍ପିନ ବୋଲର। ସେ ସଚିନ ତେନ୍ଦୁଲକର ଏବଂ ସଚିନ ଓ୍ବାର୍ନଙ୍କୁ ତାଙ୍କ ଆଦର୍ଶ ବୋଲି ମାନିଥାନ୍ତି। ସେ ହେଉଛନ୍ତି ଏକମାତ୍ର ନେପାଳ କ୍ରିକେଟର ଯିଏକି ଆଇପିଏଲ ଖେଳିଛନ୍ତି। ସେ ୨୦୧୮ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଓଡିଆଇ ଡେବ୍ୟୁ କରିଥିଲେ। ସେହିପରି ଜୁଲାଇ ୨୦୨୨ରେ ସ୍କଟଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଓଡିଆଇ ମ୍ୟାଚ୍‌ ଖେଳିଥିଲେ।

Share