Categories: ଖେଳ

ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୪।୧୦: ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯାଉଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ବିଷୟରେ ଅନେକ ଭେଟେରାନ ନିଜର ମତ ଦେଉଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ପୂର୍ବାନୁମାନ କରିଛନ୍ତି। ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଥିବା ଚାରିଟି ଦଳ ବିଷୟରେ ସେ ସୂଚନା ଦେଇଛନ୍ତି।
ବିସିସିଆଇର ପୂର୍ବତନ ସଭାପତି ଗାଙ୍ଗୁଲି କହିଛନ୍ତି, ମୋ ଅନୁଯାୟୀ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିପାରିବେ। ଦକ୍ଷିଣ ଆଫ୍ରିକାରେ ଭଲ ବୋଲିଂ ଅଛି, ଯାହା ସେମାନଙ୍କୁ ଅଷ୍ଟ୍ରେଲିଆ ପରିସ୍ଥିତିରେ ସାହାଯ୍ୟ କରିବ। ଗାଙ୍ଗୁଲି କହିଛନ୍ତି, ପୂର୍ବରୁ ଯାହା ଘଟିଥିଲା, ଆମେ ସେ ବିଷୟରେ ଚିନ୍ତା କରିବା ଉଚିତ୍‌ ନୁହେଁ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ। ଆମ ଦଳ ବହୁତ ଶକ୍ତିଶାଳୀ, ଦଳରେ ବଡ଼ ହିଟର୍‌ ଅଛନ୍ତି। ଟି-୨୦ କ୍ରିକେଟରେ ଫର୍ମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଆୟୋଜକ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରିଛି। ଭାରତ ମଧ୍ୟ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି।

Share