Categories: ଜାତୀୟ

କରୋନାରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୪: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଣଜିତ୍‌ ସିହ୍ନାଙ୍କ କରୋନାରେ ପରଲୋକ ଘଟିଛି। ୬୮ ବର୍ଷୀୟ ସିହ୍ନା ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁବାର ସେ ଏହି ମହାମାରୀର ଶିକାର ହୋଇଥିଲେ। ସେ ୧୯୭୪ ବିହାର କ୍ୟାଡରର ଜଣେ ଆଇପିଏସ ଅଧିକାରୀ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
୨୦୧୨ରେ ସିହ୍ନା ସିବିଆଇ ମୁଖ୍ୟ ପଦ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଭାରତ-ତିବ୍ଦତୀୟ ସୀମା ପୋଲିସ ଫୋର୍ସର ମହାନିର୍ଦ୍ଦେଶକ ଥିଲେ। ସେ ପାଟନା ଏବଂ ଦିଲ୍ଲୀରେ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ପଦବୀରେ ଅବସ୍ଥାପିତ ହୋଇଥିଲେ।

Share