ଭୁବନେଶ୍ୱର,୨୬।୮(ବ୍ୟୁରୋ): ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ଗୁରୁବାର ପରଲୋକ ହୋଇଯାଇଛି। ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
୧୯୬୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଉମାଶଙ୍କର ୨୦୦୩ରେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସିବିଆଇର ନିର୍ଦ୍ଦେଶକ ପଦ ସମ୍ଭାଳିବାରେ ସେ ଏକ ମାତ୍ର ଓଡ଼ିଆ ଆଇପିଏସ୍।
ସେ ସିବିଆଇ ନିର୍ଦ୍ଦେଶକ ଥିବାବେଳେ ଅଣ୍ଡରୱାଲ୍ଡ ଡନ୍ ଆବୁ ସାଲେମଙ୍କୁ ଗିରଫ କରାଯାଇଥିଲା। ଏପରି କି ଆବୁ ସାଲେମକୁ ପର୍ତ୍ତୁଗାଲରୁ ଭାରତ ଆଣିବାରେ ଉମାଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ରହିଥିଲେ।