ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କ ପରଲୋକ

ବ୍ରହ୍ମପୁର ଅଫିସ, ୫।୧୧: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, ସାହିତି୍ୟକ ପ୍ରଫେସର ହରିହର ଦାସ (୮୨)ଙ୍କର ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଚର୍ଚ୍ଚରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବିଜେବି କଲେଜ ଓ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଭାବେ ଯୋଗ ଦେଇଥିଲେ। ଏଥିସହ ହରିହର ସିଣ୍ଡିକେଟ ସଭ୍ୟ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ମୃତ୍ୟୁରେ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଦାଶରଥି ଭୂୟଁ। ଓ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।