ଝାରସୁଗୁଡ଼ା ଅଫିସ,୨୭ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାଏକଙ୍କୁ ରବିବାର ତାଙ୍କ ଗ୍ରାମର ରମିତ ଧୁରୁଆ (୧୯) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାକାରୀ ରମିତଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବତନ କୁଳପତି ନାଏକ କଅଁରମାଲ ଗ୍ରାମ ନିଜ ବାସଭବନରେ ଥିବା ବେଳେ ଗ୍ରାମର ଜଣେ ଯୁବକ ତାଙ୍କ ଘରକୁ ଯାଇ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଯୁବକ ଜଣଙ୍କ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏଥିରେ ଧ୍ରୁବରାଜ ଗୁରୁତର ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଟାଙ୍ଗିଆ ଜବତ କରିଛି।
Posted inଅପରାଧ, ଆମ ଜିଲା ଖବର, ଝାରସୁଗୁଡ଼ା