ପୂର୍ବତନ କୁଳପତି ସଂଘମିତ୍ରା ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୫୩ ଏପ୍ରିଲ ୧ରେ ଜନ୍ମଗ୍ରହଣ କରିଥିବା ସଂଘମିତ୍ରା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ଓଡ଼ିଶା ବିଜ୍ଞାନ ଏକାଡେମୀର ପୂର୍ବତନ ସଭାପତି ମଧ୍ୟ ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସ ବିଭାଗ ମୁଖ୍ୟ ଥିଲେ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରୁ ଅବସର ନେବା ପରେ ଶ୍ରୀ ଶ୍ରୀ ୟୁନିଭରସିଟିର ବିଜ୍ଞାନ ବିଭାଗରେ ସିନିୟର ପ୍ରଫେସର ତଥା ଡିନ୍‌ ଭାବେ ଯୋଗଦେଇଥିଲେ।

Share