Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ, ସ୍ବାଇନ ଫ୍ଲୁରେ ବି ପୀଡିତ

ଜୟପୁର,୩।୨: ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା କରୋନା ଜୀବାଣୁ ଏପର୍ଯ୍ୟନ୍ତ ହାର ମାନୁ ନାହିଁ। ପାଣିପାଗର ପରିବର୍ତ୍ତନ ସହିତ କରୋନା ଜୀବାଣୁ ଦେଶର ଅନେକ ସ୍ଥାନରେ ଏହାର କାୟା ବିସ୍ତାର କରୁଛି। ଏବେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କରୋନା ଭାଇରସର ଶିକାର ହୋଇଛନ୍ତି। ଏହା ବ୍ୟତୀତ ସେ ସ୍ବାଇନ ଫ୍ଲୁରେ ମଧ୍ୟ ପୀଡିତ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଅଶୋକ ଗେହଲଟ ମାଇକ୍ରୋବ୍ଲଗିଂ ସାଇଟରେ ଲେଖିଛନ୍ତି ଆପଣ ସମସ୍ତେ ମଧ୍ୟ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

Share