କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି ଅବସରରେ ଜେଏମ୍ଏମ୍ ନେତା ଏବଂ କର୍ମୀ ତାଙ୍କୁ ସ୍ବାଗତ କରି ପାଛୋଟି ଆଣିଥିଲେ।
ଜେଏମ୍ଏମ ନେତ୍ରୀ ଅଞ୍ଜନୀ ବୀରମିତ୍ରପୁର ନିବାଚନ ମଣ୍ଡଳୀ ନିମନ୍ତେ ଇଣ୍ଡିଆମେଣ୍ଟର ଜେଏମଏମ୍ ପ୍ରାର୍ଥୀ ନିହାର ସୁରିନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କର୍ମୀ ଏବଂ ନେତାଙ୍କୁ ନିବେଦନ କରିଥିଲେ। ସୂଚନା ଯୋଗ୍ୟ, ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଜେଏମ୍ଏମ୍ ଗତ ରବିବାର ପ୍ରାର୍ଥୀ ଘୋଷଣା କରିଥିଲା। ନିହାର ସୁରିନଙ୍କୁ ଭରସା କରି ଦଳ ତାଙ୍କୁ ପ୍ରାର୍ଥୀ କରିଛି।