ଭୁବନେଶ୍ୱର,୧୧ା୭: ଗଜପତି ଜିଲା ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ‘ଏକ୍ସ’ରେ ଲେଖିଛନ୍ତି, ଗଜପତି ଜିଲାର କାର୍ଯ୍ୟରତ ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଆକସ୍ମିକ ବିୟୋଗ ଖବର ଦୁଃଖଦାୟକ। ଜଣେ ଦକ୍ଷ ଓ କର୍ମଠ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କର ନିଷ୍ଠାପର କାର୍ଯ୍ୟ ସର୍ବଦା ପ୍ରେରଣାଦାୟୀ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।