ବେଙ୍ଗାଲୁରୁ, ୧୬।୪: କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି, ଭବିଷ୍ୟତକୁ ସେ ନେଇ ସେ କ’ଣ ଯୋଜନା ରଖିଛନ୍ତି ଆଗକୁ ଖୁଲାସା କରିବେ। ସେ କେଉଁ ଦଳରେ ଠିଆ ହେବେ କିମ୍ବା ନିର୍ଦଳୀୟ ନିର୍ବାଚନ ଲଢିବେ ସେ ବିଷୟରେ ମଧ୍ୟ ଜଣାଇବେ। ଜଗଦୀଶ ହୁବଲି ସେଣ୍ଟ୍ରାଲ ସିଟ୍ରୁ ବହୁଥର ବିଧାୟକ ରହିଛନ୍ତି। କିନ୍ତୁ ଏବେ ଟିକେଟ୍ ନ ମିଳିବାରୁ ା ସେ ଅସନ୍ତୋଷ ହୋଇ ଦଳ ଛାଡିଛନ୍ତି।