Categories: ଜାତୀୟ

ଗଣବଳାତ୍କାର ମାମଲାରେ ପୂର୍ବତନ ମୁଖ୍ୟ ସଚିବ ଗିରଫ

ପୋର୍ଟବ୍ଲେୟାର,୧୦।୧୧: ଆଣ୍ଡାମାନ ଏବଂ ନିକୋବରର ପୂର୍ବତନ ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗଣବଳତ୍କାର ମାମଲାରେ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ଲାଗି ପୋର୍ଟବ୍ଲେୟାରରେ ହାଜର ହେବାକୁ ଅନୁସନ୍ଧାନକାରୀ ଦଳ ଏକ ସମନ ଜାରି କରିଥିଲା। ତେବେ ଗୁରୁବାର ଜିତେନ୍ଦ୍ର ହାଜର ହୋଇ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିଥିଲେ। ଅନ୍ୟପଟେ ଗୁରୁବାର ତାଙ୍କର ଜାମିନ୍‌ ଆବେଦନର ଶୁଣାଣି ଥିବା ବେଳେ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଜିତେନ୍ଦ୍ର ନାରାୟଣ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୁଖ୍ୟ ସଚିବ ଥିବା ବେଳେ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରିଥିଲେ। ଏହି ଘଟଣାକୁ ନେଇ ଆଣ୍ଡାମାନ ଏବଂ ନିକୋବର ପୋଲିସର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ ଚଳାଇଛନ୍ତି।

Share