ନୂଆଦିଲ୍ଲୀ,୧୦।୧୧: ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିତେନ୍ଦ୍ର ନାରାୟଣଙ୍କୁ ଗିରଫ କରାଯାଇଛି। ତାଙ୍କୁ ଜେରା ପାଇଁ ପୋର୍ଟବ୍ଲେୟାର ଡକାଯାଇଥିଲା। ସମନ ପରେ ସେ ତଦନ୍ତରେ ସାମିଲ ହୋଇଥିଲେ। ଗୁରୁବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜିତେନ୍ଦ୍ରଙ୍କୁ ଗତ ମାସରେ ଗୃହ ମନ୍ତ୍ରଣାଳୟରୁ ନିଲମ୍ବନ କରାଯାଇଥିଲା। ରାଜ୍ୟ ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ମାମଲାର ତଦନ୍ତ କରୁଛି।