୨୪ ବିଦେଶୀ ଯୁବତୀ-ମହିଳାଙ୍କୁ ବଳାତ୍କାର କରିଥିଲେ ସିଆଇଏର ପୂର୍ବତନ ଅଧିକାରୀ, ଶୁଟିଂ କରିଥିଲେ ୫୦୦ ଅଶ୍ଳୀଳ ଭିଡିଓ…

ଓ୍ବାଶିଂଟନ,୮।୧୧ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ର ଜଣେ ପୂର୍ବତନ ଅଧିକାରୀ ୨୪ ଜଣ ବିଦେଶୀ ଯୁବତୀ ଏବଂ ମହିଳାଙ୍କୁ ବଳାତ୍କାର କରିଥିବା ଜଣାପଡିଛି। ସେ ମହିଳାମାନଙ୍କୁ ଡ୍ରଗ୍ସ ଦେଇ ବଳାତ୍କାର କରିଥିଲେ। ପୂର୍ବତନ ସିଆଇଏ ଏଜେଣ୍ଟଙ୍କଠାରୁ ୫୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଜବତ କରାଯାଇଥିଲା। ସେ ନିଜ ଅପରାଧ ସ୍ବୀକାର କରିଛନ୍ତି। ମଙ୍ଗଳବାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ।

କାଲିଫର୍ନିଆର ଲା ମେସାର ବାସିନ୍ଦା ୪୭ ବର୍ଷିୟ ବ୍ରାଏନ ଜେଫ୍ରି ରେମଣ୍ଡ ଜଣେ ପୂର୍ବତନ ସିଆଇଏ ଅଧିକାରୀ। ସେ ଅଗଷ୍ଟ ୨୦୧୮ ରୁ ମେ ୨୦୨୦୨ ପର୍ଯ୍ୟନ୍ତ ମେକ୍ସିକୋ ସିଟିରେ ଥିବା ଆମେରିକୀୟ ଦୂତାବାସରେ କାର୍ଯ୍ୟ କରିଥିଲେ। ଓକିଲମାନେ କହିଛନ୍ତି ୨୦୦୬ ରୁ ୨୦୨୦ ପର୍ଯ୍ୟନ୍ତ ରେମଣ୍ଡ ଏକାଧିକ ମହିଳାଙ୍କୁ ଡ୍ରଗ୍ସ ଦେଇ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟ ମଧ୍ୟରେ ସେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଶୁଟିର୍ଂ କରିଥିଲେ। ଏସବୁ ଫଟୋ ଏବଂ ଭିଡିଓ ମେକ୍ସିକୋ, ପେରୁ ଏବଂ ଅନ୍ୟାନ୍ୟ ଦେଶର ଯୁବତର ତଥା ମହିଳାଙ୍କର।

ରେମଣ୍ଡଙ୍କୁ ୨୦୨୦ରେ ମେକ୍ସିକୋ ସିଟିରେ ଗିରଫ କରାଯାଇଥିଲା ଯେଉଁଠାରେ ସେ ରହିଥିଲେ। ସେତେବେଳେ ଜଣେ ଉଲଗ୍ନ ମହିଳା ରେମଣ୍ଡଙ୍କର ବାଲକୋନିରୁ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ଯେତେବେଳେ ପଡୋଶୀମାନେ ପୋଲିସକୁ ଡାକିଲେ, ଘଟଣା ସାମ୍ନାକୁ ଆସିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରେମଣ୍ଡଙ୍କୁ ଆଜୀବନ ନଜରରେ ରଖାଯିବ। ତାଙ୍କୁ ପୀଡିତାଙ୍କୁ କ୍ଷତିପୂରଣ ମଧ୍ୟ ଦେବାକୁ ପଡିବ।

ଯାଞ୍ଚୁ ବେଳେ ଏଫବିଆଇ ଯଥା ସମ୍ଭବ ଅଧିକ ପୀଡ଼ିତାଙ୍କ ପାଖରେ ପହଞ୍ଚିବା ପାଇଁ ଏକ ୱେବସାଇଟ ମଧ୍ୟ ତିଆରି କରିଥିଲା। ଏହି ଅବଧିରେ, ବହୁ ମହିଳା ଆଗକୁ ଆସି ସେମାନଙ୍କ ସହ ଘଟିଥିବା ଯୌନ ଶୋଷଣ ବିଷୟରେ ପ୍ରକାଶ କରିଥିଲେ ।

ଏହାର ପୂର୍ବତନ ଏଜେଣ୍ଟ ରେମଣ୍ଡଙ୍କ ଅପରାଧକୁ ସିଆଇଏ ନିନ୍ଦା କରିଛି। ସିଆଇଏ କହିଛି ଆମେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ଗୁରୁତର ସହ ନେଇଛୁ।

 

Share