ନୂଆଦିଲ୍ଲୀ,୨୮।୬: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ମଙ୍ଗଳବାର ଦିଲ୍ଲୀ ଗସ୍ତ କରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନଡ୍ଡାଙ୍କୁ ମହାରାଷ୍ଟ୍ରରେ ସରକାର ଗଠନ କରିବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ସୋମବାର ଭାଜପାର ମହାରାଷ୍ଟ୍ର ୟୁନିଟର କୋର କମିଟିର ବୈଠକ ପରେ ଦେବେନ୍ଦ୍ର ଫଡନଭୀସ ଦିଲ୍ଲୀ ଆସି ରାଜ୍ୟର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।