Categories: ଜାତୀୟ

ଫାରୁଖ ଅବଦୁଲ୍ଲା କରୋନା ସଂକ୍ରମିତ: ପୂରା ପରିବାର ଏବେ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୩୦।୩: ନ୍ୟାଶ୍‌ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୁଅ ଓମାର ଅବଦୁଲ୍ଲା ଟୁଇଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ମୋ ବାପାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ହୋଇଛି ଏବଂ ତାଙ୍କ ଶରୀରରେ କରୋନା ସଂକ୍ରମଣର କିଛି ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଓମାର ଆହୁରି କହିଛନ୍ତି ଯେ, କରୋନା ଟେଷ୍ଟ ଶେଷ ନ ହେବା ପର୍ଯ୍ୟନ୍ତ ମୁଁ ଏବଂ ଆମର ପୁରା ପରିବାର କ୍ୱାରାଣ୍ଟାଇନରେ ରହିବୁ। ଏହା ସହିତ ଗତ କିଛି ଦିନ ମଧ୍ୟରେ ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସେ ନିବେଦନ କରିଥିଲେ।

Share