ଜମ୍ମୁ,୧୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନଙ୍କ ସହ କଥିତ ଦୁର୍ବ୍ୟବହାରର ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଫାରୁକ ଅବଦୁଲ୍ଲା ଗୁରୁବାର ମୁମ୍ବାଇରେ ଏନ୍ସିପିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି କାର୍ଯ୍ୟକ୍ରମରେ ଅବଦୁଲ୍ଲା ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ କହିଥିଲେ ଆମେ ଆପଣଙ୍କ ସହ ଅଛୁ । ଆମକୁ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ କରି ରଖିବାର ଅଛି । ମୁଁ ଜଣେ ମୁସଲମାନ, ଭାରତୀୟ ମୁସଲମାନ, ମୁଁ ଚାଇନିଜ ମୁସଲମାନ ନୁହେଁ ।
ସୂଚନାଯୋଗ୍ୟ, ଶରଦ ପାୱାରଙ୍କ ନେତୃତ୍ୱ ବାଲା ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳଙ୍କ ୭୫ତମ ଜନ୍ମିଦନ ପାଳନ କରିବାକୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବସେନା ନେତା ଉଦ୍ଧବ ଠାକରେ, ଗୀତିକାର ଜାଭେଦ ଅଖତର ଓ ଏନସିପି ନେତା ଅଜିତ ପାୱାର ଯୋଗ ଦେଇଥିଲେ ।