ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର ହଲଦ୍ୱାନୀ ଯାଉଥିବା ବେଳେ ଲଛିଓ୍ବାଲା ଟୋଲ ପ୍ଲାଜା ନିକଟରେ ହରିଶ ହଠାତ୍ ବିଚଳିତ ଅନୁଭବ କରିଥିଲେ। ଏହାପରେ ରାଓ୍ବତ ନିଜ ଡ୍ରାଇଭରଙ୍କୁ ଘରକୁ ଯିବାକୁ କହିଥିଲୋ। ହେଲେ ଏହାପୂର୍ବରୁ ସେ ମ୍ୟାକ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର କେତେକ ପରୀକ୍ଷା କରାଇବା ପାଇଁ ରାଓ୍ବତଙ୍କୁ ଭର୍ତ୍ତି କରିଦେଇଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।