Posted inଜାତୀୟ

ବିଗିଡିଲା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୧୮ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ପୁଣିଥରେ ଅସୁସ୍ଥ ହୋଇ ପଡିଛନ୍ତି । ଶନିବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ବେଳେ ରବିବାର ହଠାତ୍ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାସହ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥିଲା । ଏବେ ସେ ଅକ୍ସିଜେନ ସପୋର୍ଟରେ ଥିବା ଜଣାପଡିଛି । କୁହାଯାଉଛି କି ଏହା ବୋଧହୁଏ କୌଣସି ନୂଆ ଇନଫେକ୍ସନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ୮୯ ବର୍ଷିୟ କଲ୍ୟାଣ ସିଂଙ୍କୁ ଜୁଲାଇ ୪ତାରିଖ ସନ୍ଧ୍ୟାରେ ଏସ୍‌ଜିପିଜିଆଇରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର ଲୋହିୟା ଆୟୁର୍ବେଦ ସଂସ୍ଥାନରେ ତାଙ୍କର ଚିକିତ୍ସା ଚାଲୁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ...

ବର୍ଷା ପରେ ବେଙ୍ଗାଲୁରୁ ରାସ୍ତାରେ ରହସ୍ୟମୟ ଧଳା ଫେଣର ଚାଦର: ଭିଡିଓ ଭାଇରାଲ୍

ବେଙ୍ଗାଲୁରୁ,୨୩।୩: ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଶେଷରେ ବର୍ଷା ବେଙ୍ଗାଲୁରୁ ବାସିନ୍ଦାଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଛି। ପ୍ରବଳ ପବନ ଏବଂ ବର୍ଷା...

ହ୍ୱିଲସେଟ୍‌ର ଅଭାବ: ସମାଧାନ ପାଇଁ ଚାଇନରୁ ଆମଦାନୀ ହେଲା ଚକା

ନୂଆଦିଲ୍ଲୀ,୨୩।୩: ହ୍ୱିଲସେଟ୍‌ର ଅଭାବର ସମ୍ମୁଖୀନ ହେବା ପରେ ଭାରତୀୟ ରେଳବାଇ ଚାଇନରୁ ଚକ ତିଆରି ଉପାଦାନ ଆମଦାନୀ କରିବାକୁ ବାଧ୍ୟ ହୋଇଛନ୍ତି। ବେଙ୍ଗାଲୁରୁର ରେଳ ଚକ...

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା।...

OTT ପ୍ଲାଟ୍‌ଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୨୩ା୩: OTT ପ୍ଲାଟଫର୍ମରେ କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରି କିମ୍ବା ଏଆଇ(AI) ବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ଶେୟାର ନ କରିବାକୁ ପଦକ୍ଷେପ ନେବା ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image