Categories: ଜାତୀୟ

ବିଗିଡିଲା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୧୮ ।୭: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ପୁଣିଥରେ ଅସୁସ୍ଥ ହୋଇ ପଡିଛନ୍ତି । ଶନିବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ବେଳେ ରବିବାର ହଠାତ୍ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାସହ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥିଲା । ଏବେ ସେ ଅକ୍ସିଜେନ ସପୋର୍ଟରେ ଥିବା ଜଣାପଡିଛି । କୁହାଯାଉଛି କି ଏହା ବୋଧହୁଏ କୌଣସି ନୂଆ ଇନଫେକ୍ସନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ତାଙ୍କ ସ୍ୱାସ୍ଥ୍ରାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ୮୯ ବର୍ଷିୟ କଲ୍ୟାଣ ସିଂଙ୍କୁ ଜୁଲାଇ ୪ତାରିଖ ସନ୍ଧ୍ୟାରେ ଏସ୍‌ଜିପିଜିଆଇରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ରାମ ମନୋହର ଲୋହିୟା ଆୟୁର୍ବେଦ ସଂସ୍ଥାନରେ ତାଙ୍କର ଚିକିତ୍ସା ଚାଲୁଥିଲା ।

Share