ଚଣ୍ଡିଗଡ଼,୧୨ ।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥବା ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତୀଙ୍କର ଶନିବାର ରାତିରେ ବାନ୍ତି ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ର୍ୟାବସ୍ଥା ସ୍ଥିର ରହିଛି । ଗ୍ୟାଷ୍ଟ୍ରିକ ସମସ୍ୟା ଥିବାରୁ ଜୁନ ୬ରେ ତାଙ୍କୁ ପିଜିଆଇଏମଇଆର, ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା ।
ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ କରୋନା ହୋଇଯାଇଥିଲା । ସେତେବେଳେ ତାଙ୍କୁ ଲୁଧିଆନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫେବୃୟାରୀରେ କୋଭିଡ ପରର ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ହାର୍ଟ ଓ ପଲ୍ମୋନାରୀ ଚେକଅପ ହୋଇଥିଲା ।