Categories: ଜାତୀୟ

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ମହାରାଷ୍ଟ୍ରବାଦୀ ଗୋମାଂତକ ପାର୍ଟି(ଏମ୍‌ଜିପି)ରୁ ରାଜନୀତିର କ୍ୟାରିୟର ଆରମ୍ଭ କରିଥିବା ରବି ନାଇକ ପରେ କଂଗ୍ରେସରେ ସାମିଲ ହୋଇଥିଲେ । ଏବେ ସେ କଂଗ୍ରେସ ଛାଡି ଭାଜପାରେ ସାମିଲ ହେବେ ବୋଲି ଜଣାପଡିଛି । ରବି ନାଇକ ୨୫ ଜାନୁୟାରୀ ୧୯୯୧ରୁ ୧୮ ମେ ୧୯୯୩ ଓ ୨ ଏପ୍ରିଲ ୧୯୯୪ରୁ ୮ ଏପ୍ରଲ ୧୯୯୪ ପର୍ଯ୍ୟନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।
ଦ୍ୱିତୀୟଥର ଲାଗି ରବି ନାଇକ ଭାଜପାରେ ସାମିଲ ହେବାକୁ ଯାଉଛନ୍ତି । ୨୦୦୦ରେ ସେ ଭାଜପାରେ ସାମିଲ ହୋଇଥିଲେ । ଯେତେବେଳେ ମନୋହର ପାରିକର କିଛି ଦଳର ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ କରିଥିଲେ । ତାଙ୍କ ସରକାରରେ ନାଇକ ଉପ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ୨୦୦୨ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

Share