Categories: ଜାତୀୟ

ଦିନେ ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ଏବେ…

ନୂଆଦିଲ୍ଲୀ,୦୯।୭: ଏକ ବଡ଼ ରଜନୈତିକ ପରିବର୍ତ୍ତନ କ୍ରମରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଚମ୍ପାଇ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ଼୍ବ ତୁଲାଇଥିବା ବେଳେ ଏବେ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଚମ୍ପାଇ ସୋରେନ୍‌ ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍‌ରେ ରହିଛନ୍ତି । ରାଜନୀତିରେ ଏମିତି ବି ସମୟ ଆସିଛି ଯେତେବେଳେ କି ମୁଖ୍ୟମନ୍ତ୍ରୀଙ୍କୁ ନିଜ ପଦ ହରାଇ ମନ୍ତ୍ରୀ ହେବାକୁ ପଡ଼ିଛି ।

ଚମ୍ପାଇଙ୍କ ପରି ମଧ୍ୟ ପ୍ରଦେଶରେ ୨୦୦୩ ରେ ଉମା ଭାରତୀ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ କେବଳ ୨୫୯ ଦିନ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିପାରିଥିଲେ । ତାଙ୍କ ପରେ ବାବୁଲାଲ୍‌ ଗିରି ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କୁ ମଧ୍ୟ ହଟାଯାଇ ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେହିପରି ତାମିଲନାଡ଼ୁର ୩ ଥରର ମୁଖ୍ୟମନ୍ତ୍ରୀ ପନୀରସିଲଭମ୍‌ ପଦ ଯିବା ପରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏକଦା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫର୍ଡନାଭିସ୍‌ ମଧ୍ୟ ଏବେ ଉପ-ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।

Share