ଉଦଳା,୧ା୮(ଡି.ଏନ.ଏ.)- ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଉଦଳା ଲୁଇପା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଆଦିକନ୍ଦ ଦେ ଜେଲ ଯାଇଛନ୍ତି। ମିଥ୍ୟା ବିଲ୍ ଦେଇ କଲେଜକୁ ଆସିଥିବା ୩୦ ଲକ୍ଷ ଟଙ୍କା ସେ ଆତ୍ମସାତ କରିବା ସହ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ, କର୍ମଚାରୀ ନିଯୁକ୍ତି, କଲେଜ ଉନ୍ନୟନ ନିମନ୍ତେ ଆସୁଥିବା ଟଙ୍କାକୁ ମଧ୍ୟ ହଡ଼ପ କରିଥିବା ନେଇ ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୂର୍ବରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଥିଲ। ସେ ଦୀର୍ଘଦିନ ହେବ କଲେଜ ଆସୁ ନ ଥିଲେ। ସୋମବାର ଉଦଳା କୋର୍ଟରେ ହାଜର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।