ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ, ପୂର୍ବତନ ସେନାମୁଖ୍ୟଙ୍କ ଦାବି

କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର ସୈନ୍ୟବାହିନୀ ହଠାତ୍‌ କାବୁଲ ଛାଡିବାର ଦୁଇ ବର୍ଷ ପରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ଯାଉଛି ବୋଲି ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର କହିଛନ୍ତି। ତାଲିବାନ ବର୍ତ୍ତମାନ ଦଳବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ଦେଶ ବିଦେଶୀ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି।
ଲେଫ୍ଟନାଣ୍ଟ ଜେନେରାଲ ହାଇବତୁଲ୍ଲା ଆଲିଜାଇ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଆଫଗାନିସ୍ତାନର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ବିପଦଜନକ ଏବଂ ଏହା ଅଧିକ ବିପଦପୂର୍ଣ୍ଣ ଦିଗରେ ଗତି କରୁଛି, ପୁଣି ଏକ ଗୃହଯୁଦ୍ଧ ହୋଇପାରେ, କିମ୍ବା ଆଫଗାନିସ୍ତାନରେ ବିଭାଜନ ହୋଇପାରେ। ଆପଣ ଦେଖୁଥିବେ ଗତ ଦୁଇ ବର୍ଷ ମଧ୍ୟରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା। ଲେଫ୍ଟନାଣ୍ଟ ଜେନେରାଲ ହାଇବତୁଲ୍ଲା ଆଲିଜାଇ, ଯେତେବେଳେ ଅଗଷ୍ଟ ୨୦୨୧ରେ ରାଜଧାନୀ କାବୁଲ ତାଲିବାନ ଅଧିନକୁ ଆସିଥିଲା, ସେତେବେଳେ ସେ ଆଫଗାନିସ୍ତାନ ସେନାର ମୁଖ୍ୟ ଥିଲେ, ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଆଲିଜଇ ଏହା କହିଛନ୍ତି।

Share