କଂଗ୍ରେସର ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କର ମଙ୍ଗଳବାର ପରଲୋକ ଘଟିଛି। କଟକ ସଦଗୁରୁ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଏ ନେଇ ଗୁରୁପଦଙ୍କ ପୁଅ ରୋମିଓ ନନ୍ଦ ସୂଚନା ଦେଇଛନ୍ତି।
ଗୁରୁପଦ ୧୯୮୦ରେ କଂଗ୍ରେସରୁ ଟିକେଟ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ତାଙ୍କ ମୃତ୍ୟୁରେ ସବୁଠି ଶୋକର ଛାୟା ଖେଳିଯାଇଛି।

Share