ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ

ଅନୁଗୋଳ,୨୩।୧୨ (ଅମିତ କୁମାର ସାମଲ): ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ୮୪ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଶନିବାର ମଧ୍ୟାହ୍ନ ସାଢ଼େ ୧୨ଟାରେ କୁଲାଡ଼ସ୍ଥିତ ବାସଭବନରେ ତାଙ୍କର ଅବସ୍ଥା ଗୁରୁତର ହେବାକୁ ପରିବାର ଲୋକେ ତାଙ୍କୁ ନାଲ୍‌କୋ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ସୂତ୍ରରୁ ପ୍ରକାଶ। ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ଅନୁଗୋଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସ୍ବର୍ଗତ ଜେନା ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଥିଲେ।

Share