ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଚଳିତ ବର୍ଷ ୨୦୨୩-୨୦୨୪ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଛନ୍ତି। ଏହି ବଜେଟର ସେଶନ୍ରେ ଭାଗ ନେବା ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶେଷ କରିବା ପରେ ସଂସଦ ଭବନରେ ପହଞ୍ଚିଥିଲେ। ଯେତେବେଳେ ସଂସଦ ଭବନରେ ସେ ପ୍ରବେଶ କରୁଥିଲେ ସେତେବେଳେ ଦଳର ସହଯୋଗୀ ଏମ୍ପିମାନେ ତାଙ୍କ ସମର୍ଥନରେ ଭାରତ ଯୋଡୋର ସ୍ଲୋଗାନ୍ ଦେଇଥିଲେ। ସୂଚନା ମୁତାବକ, ମଙ୍ଗଳବାର ରାହୁଲ ଶ୍ରୀନଗରରୁ ଦିଲ୍ଲୀ ଫେରିଛନ୍ତି।
#WATCH बजट सत्र के लिए राहुल गांधी के संसद पहुंचने पर भारत जोड़ो यात्रा के नारे लगे।
#Budget2023 pic.twitter.com/hSSFgK9pLz— ANI_HindiNews (@AHindinews) February 1, 2023