ଭୁବନେଶ୍ୱର ୨୫।୩ (ବ୍ୟୁରୋ): ବିଏମ୍ସି ପାଇଁ ମତଦାନ ଚାଲିଥିବାବେଳେ ୫୮ ନଂ ୱାର୍ଡର ସ୍ବାଧୀନ ପାର୍ଥିନୀ ନମିତା ମହାପାତ୍ରଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ କୁମାର ମହାପାତ୍ରଙ୍କୁ ବ୍ରହ୍ମେଶ୍ୱରପାଟଣାସ୍ଥିତ ବୁଥ୍ ପରିସରରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସେ ବରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ବଡ଼ଗଡ଼ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ଯଦି କୌଣସି ପଦକ୍ଷେପ ନ ନିଏ ତେବେ ଆଗକୁ ସମର୍ଥକଙ୍କ ସହିତ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ମଳୟ ଚେତାବନୀ ଦେଇଛନ୍ତି।