Categories: ଜାତୀୟ

ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ

ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ। ଅଞ୍ଜୁ ଏହା ପୂର୍ବରୁ ମଦନଗୀର ୱାର୍ଡରେ କଂଗ୍ରେସ ପକ୍ଷରୁ କାଉନ୍‌ସିଲର ରହିଥିଲେ । ଦଳର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇ ଏଏପ୍‌ରେ ଯୋଗ ଦେଇଥିବା ଅଞ୍ଜୁ କହିଛନ୍ତି।

ନଗରନିଗମ ନିର୍ବାଚନ ପୂର୍ବରୁ ସମାଜସେବୀ ଅଞ୍ଜୁ ସେହ୍ବାଗ ଦଳରେ ଯୋଗ ଦେବା ନିଶ୍ଚିତ ଭାବେ ଲାଭ ମିଳିବ ବୋଲି ଏଏପ୍‌ ପକ୍ଷରୁ କୁହାଯାଇଛି। ସେହ୍ବାଗଙ୍କ ୨ ଜଣ ବଡ ଭଉଣୀ ଥିବା ବେଳେ ବିନୋଦ ସାନ ଭାଇ ଅଛନ୍ତି।

ଅଞ୍ଜୁ ୨୦୧୨ରେ କଂଗ୍ରେସ ଟିକେଟରୁ ଦକ୍ଷିଣପୁର ଏକ୍ସଟେସନ ୱାର୍ଡରୁ କାଉନସିଲର ଭାବେ ନିର୍ବାଚନ ଲଢି ଭାଜପାର ଆରତୀ ଦେବୀଙ୍କୁ ୫୫୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

Share