Categories: ଜାତୀୟ

ତିହାର ଜେଲର ବାଥରୁମରେ ପଡି ଗୁରୁତର ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୫।୫: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗୁରୁବାର ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ଖରାପ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ପଶ୍ଚିମ ଦିଲ୍ଲୀ ସ୍ଥିତ ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ମୁଣ୍ଡ ବୁଲାଇବା ପରେ ଜୈନ ତିହାର ଜେଲର ବାଥରୁମରେ ପଡ଼ିଯାଇଥିଲେ। ଏହି ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନ ବାଥରୁମରେ ପଡ଼ି ଯିବାରୁ ତାଙ୍କର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲେ। ଗତ ଏକ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା।

ବର୍ତ୍ତମାନ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ରହିଛନ୍ତି। ଗୁରୁବାର ସକାଳ ପ୍ରାୟ ୬ଟାରେ ସେ ବାଥରୁମରେ ପଡ଼ିଯାଇଥିଲେ। ବାଥରୁମରେ ପଡ଼ିଯିବା ପରେ ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ିଦନ ଦିନଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡ ଅସ୍ତ୍ରୋପଚାର ମଧ୍ୟ କରାଯିବ। ମେରୁଦଣ୍ଡରେ ସମସ୍ୟା ହେତୁ ସେ ଅଣ୍ଟା ବେଲ୍ଟ ପିନ୍ଧନ୍ତି। ମେରୁଦଣ୍ଡରେ ସମସ୍ୟା ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କିଛି ଦିନ ପୂର୍ବରୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଭର୍ତ୍ତି କରାଯାଇଛି।

ସତ୍ୟେନ୍ଦ୍ର ଜେନାଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ରହିଛି। ଗତ ଏକ ବର୍ଷ ମଧ୍ୟରେ ତାଙ୍କର ଓଜନ ୩୫ କିଲୋଗ୍ରାମ କମିଯାଇଛି। ସେ ମାଂସପେଶୀ ଆଟ୍ରୋଫିରେ ପୀଡିତ। ଏହି ସବୁ ଘଟଣା ହେତୁ ସତ୍ୟେନ୍ଦ୍ର ଜୈନ ମଧ୍ୟ ଅତ୍ୟଧିକ ଡିପ୍ରେସନରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଜେଲ ପ୍ରଶାସନକୁ ଏକ ଚିଠି ମଧ୍ୟ ଲେଖିଥିଲେ। ତାଙ୍କୁ ଜେଲରେ ଡିପ୍ରେସନର ଶିକାର କରାଯାଇଥିଲା, ପରେ ତାଙ୍କୁ ଔଷଧ ଏବଂ ଥେରାପି ଦିଆଯାଇଥିଲା। ତାଙ୍କୁ ସାତ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share