Categories: ଜାତୀୟ

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ

ଚଣ୍ଡିଗଡ଼, ୧୦ା୭: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ.ପି. ସୋନିଙ୍କୁ ରବିବାର ରାଜ୍ୟ ଭିଜିଲାନ୍ସ ବିଭାଗ ଗିରଫ କରିଛି। ୨୦୧୬ରୁ ୨୦୨୨ କଂଗ୍ରେସ କ୍ଷମତାରେ ଥିବାବେଳେ ସୋନିଙ୍କ ସମ୍ପତ୍ତି ଅତ୍ୟଧିକ ବଢ଼ିଥିଲା। ୨୦୨୨ ଅକ୍ଟୋବର ୧୦ରେ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତକାରୀ ସଂସ୍ଥା ସୂଚନା ଅନୁଯାୟୀ ୨୦୧୬ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ସୋନି ଓ ତାଙ୍କ ପରିବାରର ଆୟ ୪.୫ କୋଟି ଟଙ୍କା ଏବଂ ବ୍ୟୟ ୧୨.୫ କୋଟି ଟଙ୍କା ଦର୍ଶାଯାଇଥିଲା।

Share