Categories: ଜାତୀୟ

ଜେଡିୟୁରେ ସାମିଲ ହେଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା,୨୭।୯-ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ଜନତା ଦଳ ୟୁନାଇଟେଡ(ଜେଡିୟୁ )ରେ ସାମିଲ ହୋଇଛନ୍ତି ରାଜ୍ୟର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ରବିବାର ଗୁପ୍ତେଶ୍ବର ଜେଡିୟୁର ସଦସ୍ୟତା ହାସଲ କରିଛନ୍ତି।
ପ୍ରକାଶ ଯେ, ଗତ କିଛିଦିନ ତଳେ ଗୁପ୍ତେଶ୍ବର ଭିଆରଏସ (ସ୍ବେଚ୍ଛାକୃତ ଅବସର) ନେଇଥିଲେ। ଏହାପରେ ଗୁପ୍ତେଶ୍ବର ରାଜନୀତିକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପତୁଙ୍କ ମୃତ୍ୟୁ ମାମଲାରେ ସେ ଖୋଲା ମନ୍ତବ୍ୟ ଦେଇ ବେଶ ଚର୍ଚ୍ଚାରେ ଥିଲେ।

Share