ପୂର୍ବତନ ଡିଏସ୍‌ଡବ୍ଲ୍ୟୁଓ ଗିରଫ

ଭୁବନେଶ୍ୱର,୨୩ା୬(ସତ୍ୟଜିତ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଭଦ୍ରକ ଜିଲା ସମାଜ ମଙ୍ଗଳ ଅଧିକାରିଣୀ(ଡିଏସ୍‌ଡବ୍ଲ୍ୟୁଓ) ଜୟନ୍ତୀ ବେହେରା ଶୁକ୍ରବାର ଗିରଫ ହୋଇଛନ୍ତି। ଦୁଇ ଦିନର ଚଢ଼ାଉରେ ଭିଜିଲାନ୍ସ ତାଙ୍କଠାରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛି। ଯାହାକି ତାଙ୍କ ପ୍ରକୃତ ଆୟଠାରୁ ୧୪୫ ପ୍ରତିଶତ ଅଧିକ। ଏ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଜୟନ୍ତୀ ଏବଂ ତାଙ୍କ ଦୁଇ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଛି। ତେବେ ଆଜି ଜୟନ୍ତୀଙ୍କୁ ବାଲେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share