Categories: ଜାତୀୟ

ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଭାରତୀୟ ଆଇନ ସେବା ଅଧିକାରୀ କ୍ରିଷ୍ଣମୂର୍ତ୍ତି ୧୯୯୩ ଅକ୍ଟୋବରରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ। ଲୋଧି ରୋଡ୍‌ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Share