Categories: ଖେଳ

ଶାହାଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୨।୩: ସୋସିଆଲ ମିଡିଆରେ ହିନ୍ଦୀରେ ପୋଷ୍ଟ ଶେୟାର କରି ଚର୍ଚ୍ଚାରେ ରହୁଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ଏବେ ଭାରତ ଗସ୍ତରେ ଅଛନ୍ତି। ୪୨ ବର୍ଷର କେଭିନ ପିଟରସେନ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶାହାଙ୍କୁ ଭେଟିବା ପରେ ପିଟରସନ ତାଙ୍କ ଟୁଇଟର ଆକାଉଣ୍ଟରୁ ଦୁଇଟି ଫଟୋ ଶେୟାର କରିଛନ୍ତି। ଏଥିରେ ଉଭୟ ପରସ୍ପର ସହ ଆଲୋଚନା କରୁଥିବା ଦେଖାଯାଉଛି। ପିଟରସେନ ଫଟୋ ଶେୟାର କରି ଲେଖିଛନ୍ତି, ଆଜି ସକାଳେ ଚମତ୍କାର ସ୍ବାଗତ ପାଇଁ ଶାହାଙ୍କୁ ଧନ୍ୟବାଦ। ଆକର୍ଷକ ବାର୍ତ୍ତାଳାପ। ଆପଣ ଜଣେ ଦୟାଳୁ, ଯତ୍ନଶୀଳ ଏବଂ ପ୍ରେରଣାଦାୟକ ବ୍ୟକ୍ତି।

ପିଟରସେନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଇଂରାଜୀ ସହିତ ହିନ୍ଦୀରେ ପୋଷ୍ଟ ଶେୟାର କରିଥାନ୍ତି। ୨୦୦୪ ରେ ଡେବ୍ୟୁ କରିଥିବା ପିଟରସେନ ଇଂଲଣ୍ଡ ପାଇଁ ୧୦୪ ଟେଷ୍ଟରେ ୮,୧୮୧ ରନ ସଂଗ୍ରହ କରିଛନ୍ତି ଏବଂ ୧୦ ଉଇକେଟ ମଧ୍ୟ ନେଇଛନ୍ତି। ୧୩୬ ଦିନିକିଆରେ ୪,୪୪୦ ରନ୍‌ ଏବଂ ୭ ଉଇକେଟ ନେଇଛନ୍ତି। ସେହିଭଳି ୩୭ ଟି-୨୦ରେ ପିଟରସେନ ୧,୧୭୬ ରନ ଏବଂ ୧ ଉଇକେଟ ହାସଲ କରିଛନ୍ତି।

Share