Categories: ଜାତୀୟ

ଟିଏମ୍‌ସିରେ ଯୋଗଦେଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ

କୋଲକାତା,୨୯ ।୯: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିୟୋ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହୋଇଛନ୍ତି । ଟିଏମ୍‌ସି ମହାସଚିବ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଏହାପରେ ମମତା ବାନାର୍ଜୀ ଟୁଇଟ୍ କରି କହିଛନ୍ତି, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭ ଥର ବିଧାୟକ ଥିବା ଲୁଇଜିହ୍ନୋ ଫଲେରିୟୋଙ୍କୁ ଟିଏମ୍‌ସି ପରିବାରକୁ ସ୍ୱାଗତ କରୁଛି । ଏହା ମୋ ପାଇଁ ବଡ ଗର୍ବର ବିଷୟ । ଆମେ ଏକାଠି ଗୋଆ ପାଇଁ ଠିଆ ହେବୁ ବିଭାଜେନକାରୀ ଶକ୍ତି ସହ ଲଢିବୁ । ଆଉ ଗୋଆ ପାଇଁ ଏକ ନୂତନ ସୂର୍ଯ୍ୟାଲୋକ ଆଣି ଦେବାକୁ ଚେଷ୍ଟା କରିବୁ ।

Share