Categories: ଜାତୀୟ

କଂଗ୍ରେସ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ, ୨୭।୯: ଏବେ କଂଗ୍ରେସ ପରିବାର ଦୁର୍ବଳ ହୋଇପଡ଼ିଛି। ଯେଉଁ ଦଳ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଟକ୍କର ଦେଇପାରିବ, ସେହି ଦଳ ସହ କାମ କରିବାକୁ ଚାହୁଁଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫଲେଇରୋ ସୋମବାର କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେବା ପରେ ଏଭଳି କହିଛନ୍ତି।

ଫଲେଇରୋ ତାଙ୍କ ଇସ୍ତଫାପତ୍ର ବିଧାନସଭା ବାଚସ୍ପତି ରାଜେଶ ପଟନେକରଙ୍କୁ ଦେଇଛନ୍ତି। ତେବେ ସେ ତୃଣମୂଳ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଜଣାପଡ଼ିଛି। ତାଙ୍କ ଇସ୍ତଫା ଯୋଗୁ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି।

Share